ଆଇଏଏସ୍ ଉଦିତ ପ୍ରକାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଉପରାଜ୍ୟପାଳ ବିକେ ସକସେନା ଦିଲ୍ଲୀ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ଆଇଏଏସ ଅଧିକାରୀ ଉଦିତ ପ୍ରକାଶ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁମୋଦନ କରିଛନ୍ତି । ଉପରାଜ୍ୟପାଳ ଗୃହ ମନ୍ତ୍ରାଳୟରୁ ଆଇଏଏସ ଉଦିତ ପ୍ରକାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅନୁମୋଦନ କରିଛନ୍ତି । ଆଇଏଏସ ଉଦିତ ପ୍ରକାଶଙ୍କ ଉପରେ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି । ଅଭିଯୋଗ ଅନୁସାରେ ନିଜର କାର୍ଯ୍ୟକାଳର ଶେଷ ଦିନରେ ସେ ‘ଅନୁଚିତ ସହଯୋଗ’ ଓ ଆର୍ଥିକ ଲାଭ ଉଠାଇଛନ୍ତି ।

ଉଦିତ ପ୍ରକାଶ ଯେତେବେଳେ ଦିଲ୍ଲୀ କୃଷି ବିପଣନ ବୋର୍ଡର ଉପାଧ୍ୟକ୍ଷ ଥିଲେ, ସେହି ସମୟରେ ଏହି ଭଳି ଗୁରୁରତ ଅଭିଯୋଗ ଆସିଥିଲା । ଉପରାଜ୍ୟପାଳ ଗୃହମନ୍ତ୍ରାଳୟଙ୍କ ଠାରୁ ଏହି ଅନୁମୋଦନ ସିବିଆଇ ଦ୍ୱାରା ପ୍ରମାଣିତ ଯାଞ୍ଚ ଆଧାରରେ କରିଛନ୍ତି । ଏଥିରେ କୁହାଯାଇଥିଲା ଯେ, ଉଦିତ ପ୍ରକାଶ ଡିଏଏମବିରେ କାର୍ଯ୍ୟକାରୀ ଇଂଜିନିୟର ପିଏସ ମୀନାଙ୍କ ‘ଅନୁଚିତ ସହଯୋଗ’ କରିବା ବଦଳରେ ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ।

ସିବିଆଇ କହିଥିଲା ଯେ, ମୀନାଙ୍କ ସହିତ ଜଡ଼ିତ ମାମଲାରେ ଉଦିତ ପ୍ରକାଶ ଦଣ୍ଡ କରିବାରେ ସହଯୋଗ କରିଥିଲେ । ଆୟବର୍ହିଭୂତ ସଂପତ୍ତିର ଏହି ମାମଲା ମୀନାଙ୍କ ପୁଅ ଓ ତାଙ୍କର ପତ୍ନୀଙ୍କ ବିରୋଧରେ ଚାଲିଛି । ଏହି ମାମଲାରେ ଜେଏସ ଶର୍ମା ୨୦୨୦ରେ ଅଭିଯୋଗ ଆଣିଥିଲେ ।