କଟକ,ଏନ୍ଏନ୍ଏସ୍: ମୁଣ୍ଡଳି ଠାରେ କମୁଛି ଜଳସ୍ତର । ତଥାପି ନରାଜ, ମୁଣ୍ଡଳି ଓ ଯୋବ୍ରାରେ ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି(ଗୁରୁବାର) ସକାଳ ୬ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୦ ଲକ୍ଷ ୧୮ ହଜାର ୨୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜ ବ୍ୟାରେଜ ଦେଇ ୫ ଲକ୍ଷ ୧ ହଜାର ୩୪୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିପରି ଯୋବ୍ରା ବ୍ୟାରେଜ ଦେଇ ୫ ଲକ୍ଷ ୧୪ ହଜାର ୩୧ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ଉଲ୍ଲେଖଯୋଗ୍ୟ, ଓଡିଶାର ୧୨ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଛି । ଘରଦ୍ବାର ସବୁଠୁ ବନ୍ୟାପାଣି ପଶିଥିବା ବେଳେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ରାଜ୍ୟର ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୬୪ ବ୍ଲକର ୧୭୫୭ ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି । ଆଜି ବର୍ଷା ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି ।