ଭୀଷଣ ବଜ୍ରପାତରେ ଜଣେ ମୃତ, ୧୫ ଆହତ

କଳାହାଣ୍ଡି,ଏନ୍ଏନ୍ଏସ୍: ନିଳଗିରି ପଡିଆରେ କାମ କରୁଥିବା ବେଳେ ଅପରାହ୍ଣରେ ବଜ୍ରପାତ ହେତୁ ଜଣେ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକ ମହିଳା ହେଲେ ଥୁଆମୂଳ ରାମପୁର ବ୍ଲକ୍ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ଗୋଦ୍ରାମସ୍କା ଗ୍ରାମର ରହିଣି ମାଝୀ (୪୫) । ଆହତମାନଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ମାନେ ହେଲେ ଜାମୁ ମାଝୀ ( ୬୦)ଫୁଲମତୀ ମାଝୀ (୨୫) ରଞ୍ଜିତା ମାଝୀ (୨୫) ପିରନ୍ଦ୍ରି ନାଏକ(୪୦) କାହ୍ନୁ ନାଏକ (୩୦) , ସୀତୟା ନାଏକ ,(୩୮) ଗୁରୁବାରୀ ମାଝୀ (୨୭)(ଗୁରୁତର)ସେହିପରିି ତଳଝାପି ପଞ୍ଚାୟତର ଉପରଝାପି ଗ୍ରାମରେମଧ୍ୟ ବଜ୍ରପାତ ହେତୁ ଗ୍ରାମର କୁମାରୀ ନାଏକ (୨୬) ଆହତ ହୋଇଥିବା ବେଳେ ତାଙ୍କ ଘରର ଅନେକ ଜିନିଷପତ୍ର କ୍ଷତି ହୋଇଥିବା ସୂଚନା ମିଳିଛି।