ସୀମାରେ ସ୍ବାଧୀନତା ଦିବସର ଶୁଭେଚ୍ଛା, ପରସ୍ପରକୁ ଉପହାର ବାଣ୍ଟିଲେ ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜର୍ସ

ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ବାଧୀନତା ଦିବସ । ଅନ୍ୟପଟେ ଆଜି ଅର୍ଥାତ୍‌ ଅଗଷ୍ଟ ୧୪ ତାରିଖ ପାକିସ୍ତାନ ତାର ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ସୀମାରେ ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି ଭାରତ ଓ ପାକିସ୍ତାନ ସେନା । ଭାରତ ପାକିସ୍ତାନ ସୀମାରେ ଥିବା ପଞ୍ଜାବର ଓ୍ବାଘା-ଅଟ୍ଟାରୀ ଅନ୍ତର୍ଜାତୀୟ ପୋଷ୍ଟରେ ଉଭୟ ସୀମା ସୁରକ୍ଷା ବଳ ଓ ପାକିସ୍ତାନୀ ରେଞ୍ଜର୍ସର ଯବାନମାନେ ପରସ୍ପରକୁ ମିିଠା ବାଣ୍ଟିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଅନ୍ୟ କିଛି ସୀମା ପୋଷ୍ଟରେ ମଧ୍ୟ ଦୁଇ ଦେଶର ସେନା ଯବାନଙ୍କ ମଧ୍ୟରେ ମିଠା ଓ ଶୁଭେଚ୍ଛା ବିନିମୟ ହୋଇଛି । କୌଣସି ଜାତୀୟ ଦିବସ କିମ୍ବା ଦୁଇ ଦେଶର ପ୍ରମୁଖ ପର୍ବପର୍ବାଣୀରେ ଏହି ଶୁଭେଚ୍ଛା ବିନିମୟର ପରମ୍ପରା ରହିଆସିଛି । ଆସନ୍ତାକାଲି ଭାରତ ୭୬ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ, ଆଜି ସ୍ବାଧୀନତା ଦିବସ ପାଳନ କରୁଛି ପାକିସ୍ତାନ ।