ପୁଲିସ ପଦକ ପାଇଁ ଓଡିଶାରୁ ୧୫ ଜଣ ମନୋନୀତ

ଭୁବନେଶ୍ବର,ଏନ୍ଏନ୍ଏସ୍: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା କରାଯାଇଛି । ୨୦୨୨ ପୁଲିସ ପଦକ ପାଇଁ ଓଡିଶା ପୁଲିସର ୧୫ ଜଣ ମନୋନୀତ ହୋଇଛନ୍ତି। ୨ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ପଦକ ପାଇଁ ଚୟନ କରାଯାଇଥିବା ବେଳେ ୨ ଜଣଙ୍କୁ ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି। ସେହିପରି ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ନିମନ୍ତେ ପୁଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି।

*ସାହସିକତା ପଦକ
୧ କୁମାର କର୍ମୀ, କମାଣ୍ଡୋ
୨.ପିତବାସ ପାଣ୍ଡେ, କମାଣ୍ଡୋ

*ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ
୧.ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର
୨.ସରୋଜ କୁମାର ମହାପାତ୍ର, ଇନଚାର୍ଜ ଏସପି ସିକୁରିଟି ଓ୍ବିଙ୍ଗ୍

*ପ୍ରଶଂସନୀୟ ସେବା ନିମନ୍ତେ ପୁଲିସ ପଦକ
୧.ପ୍ରକାଶ କୁମାର‌ ନାୟକ, ଅତିରିକ୍ତ ଏସପି ଭିଜିଲାନ୍ସ କଟକ
୨.ସଚିଦାନନ୍ଦ ରଥ, ଡିଏସପି ଏସଟିଏଫ୍
୩.ଗୁରୁପ୍ରସାଦ ଶିବଶଙ୍କର ନନ୍ଦ, ଡିଏସପି ବିପିଏସପିଏ
୪.ବନିତା ମାଝୀ, ଡିଏସପି ରାଉରକେଲା
୫.ଏନ ତ୍ରିନାଥ ଦୋରା, ଏସଆଇ କ୍ରାଇମବ୍ରାଞ୍ଚ କଟକ
୬.ମହମ୍ମଦ ଜାହାଙ୍ଗିର, ଏସଆଇ ସମ୍ବଲପୁର ସ୍ପେଶାଲ ସ୍କ୍ବାଡ
୭.ବିଷ୍ଣୁ କୁମାର ବୁରା, ହାବିଲଦାର ଓଏସ ଏପି ବାଟାଲିୟନ
୮.ହୃଷିକେଶ ବାରିକ, ଡ୍ରାଇଭର ହାବିଲଦାର ଅନୁଗୁଳ
୯.ବସନ୍ତ କୁମାର ଡାକୁଆ, ଏସ ଓଜି କୋରାପୁଟ
୧୦.ଅଞ୍ଜନ କୁମାର ମହାନ୍ତି, କନଷ୍ଟେବଲସୁନ୍ଦରଗଡ
୧୧.ପ୍ରଶାନ୍ତ ପରିଡା, ସିପଏ, କୋରାପୁଟ ୩ୟ ବାଟାଲିୟନ