କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କ ବଦଳି ହୋଇଥିବା ଜଣାଯାଇଛି। ସୁଶ୍ରୀ ମିର୍ଜାଙ୍କୁ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକକୁ ବଦଳି ହୋଇଥିବାବେଳେ କର୍ଲାମୁଣ୍ଡା ବ୍ଲକର ନୂତନ ବିଡିଓ ଭାବେ ମ.ରାମପୁର ବିଡିଓ ଉତ୍ତମ ବାଗ ଯୋଗଦେବେ ବୋଲି ଜଣାପଡ଼ିଛି।
କର୍ଲାମୁଣ୍ଡାରେ ଶ୍ରୀମତୀ ମିର୍ଦ୍ଧା ଅନେକ ବର୍ଷ ହେଲା ନିଯୁକ୍ତ ହୋଇଥିବାରୁ ବ୍ଲକ ପ୍ରଶାସନ ତରଫରୁ ଅନେକ ଦୁର୍ନୀତି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଜନତାଙ୍କ ଆଖିରେ କଳା ପଟି ବାନ୍ଧି କିଛି ଅସାଧୁ ଅଧିକାରୀ ଏବଂ କିଛି ନିକଟତମ ଠିକାଦାର ମାନଙ୍କୁ ଘଣ୍ଟ ଘୋଡାଇ ଆସୁଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର, ଜନତାଙ୍କ ଅଭିଯୋଗକୁ ଅଣଦେଖା ବୋଲି ଅନେକ ସାଧାରଣ ଲୋକଙ୍କ ଅପସନ୍ଦ କାର୍ଯ୍ୟ କରୁଥିବା ହେତୁ ଲୋକଙ୍କ ମନରେ ଅସନ୍ତୋଷର ଦାନା ବନ୍ଧୁଥିଲା।
ଅନ୍ୟପଟେ ପୋଡ଼ସି ବ୍ଲକର ବିଡିଓ ଉତ୍ତମ ବାଗ କିଭଳି କାର୍ଯ୍ୟ କରନ୍ତି ତାହା ପୋଡ଼ସି ବ୍ଲକ କର୍ଲାମୁଣ୍ଡା ବାସୀଙ୍କୁ ବେଶ୍ ଜଣା। ନିଜ ଘର କେସିଙ୍ଗା ବ୍ଲକରେ ହୋଇଥିବା ହେତୁ ସ୍ଥାନୀୟ ବିଧାୟକଙ୍କ ନିକଟତମ ଲୋକ ହୋଇଥିବାରୁ ନିଜ ଜିଲ୍ଲାରେ ନିଯୁକ୍ତ ହୋଇପାରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ଯଦି ଆଗାମୀ ଦିନରେ ଶ୍ରୀ ବାଗ ମୃଷ୍ଟିମେୟ ଗୋଷ୍ଠୀ, ରାଜନୈତିକ ଚାପ ଓ ଦୁର୍ନୀତିକୁ ପ୍ରସୟ ଦେଲେ ତୀବ୍ର ବିରୋଧ କରାଯିବ ବୋଲି ଜନମାନସରେ ଆଲୋଚନା ହେଉଛି।