ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦରବୃଦ୍ଧି ବିରୋଧରେ ଆଜି କଂଗ୍ରେସ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରୁଛି। ରାଜଧାନୀ ଦିଲ୍ଲୀରେ ସଂସଦ ଓ ରାଷ୍ଟ୍ରପତି ଭବନ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ କଳା ପୋଷକ ପିନ୍ଧି ପ୍ରଦର୍ଶନର ନେତୃତ୍ୱ ନେଇଛନ୍ତି । ଏହି ଅବସରରେ ପ୍ରଥମେ ରାହୁଲ ଗାନ୍ଧୀ ଓ ଅନେକ ନେତାଙ୍କୁ ପୁଲିସ ଅଟକ ରଖିଥିଲା। ପରେ ପ୍ରିୟଙ୍କା ବ୍ୟାରିକେଡ ଡେଇଁବାରୁ ପୁଲିସ ତାଙ୍କୁ ମଧ୍ୟ ଅଟକ ରଖିଛି । ପ୍ରିୟଙ୍କାଙ୍କୁ ପୁଲିସ ଅଟକ ରଖିବା ପରେ ସେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତିି । ମୋଦୀ ସରକାର ଜନତାଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଥିବା ପ୍ରିୟଙ୍କା ଆରୋପ ଲଗାଇଛନ୍ତି ।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଦରବୃଦ୍ଧିକୁ ନେଇ ଜନତା ଚିନ୍ତିତ ଅଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନର ସମ୍ପତ୍ତି ନିଜ ବନ୍ଧୁଙ୍କୁ ବିକ୍ରି କରି ସାରିଲେଣି । ସରକାରଙ୍କୁ ଲାଗୁଛି ବିପକ୍ଷରେ ଯିଏ ଅଛନ୍ତି ତାଙ୍କୁ ଚପାଇ ଦେବୁ । ତାଙ୍କ ନେତା କହୁଛନ୍ତି ଦରବୃଦ୍ଧି ହୋଇନି । ଆମେ ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ଯାଇ ଦରବୃଦ୍ଧି ଦେଖାଇବୁ ।