ପାଟଣାଗଡ଼,ଏନ୍ଏନ୍ଏସ୍: ବେଳପଡ଼ା ପୁଲିସ କପାଣି ବେଳପଡ଼ା ତାରିଣୀ ମନ୍ଦିର ଓ ଗାଉତିଆ ପଡ଼ାରେ ଚଢ଼ଉ କରି ୨୩୬ ବୋତଲ କଫ ସିରଫ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବେଳପଡ଼ାର ବାବୁଲି ପୃଷ୍ଟି, ନିତ୍ୟା ମେହେର ଓ କପାଣି ଗାର ବିଷ୍ଣୁ ଦେଓ ।
ମିଳିଥିବା ରିପୋର୍ଟ ମୁତାବକ, ଖବର ପାଇ ପୁଲିସ ଅତର୍କୀତ ଭାବେ ଚଢ଼ଉ କରିଥିଲା । ପରେ ୩ ଜଣ ଅଭିଯୁକ୍ତକୁ ବେଳପଡ଼ା ଥାନାକୁ ନେଇ ଅଧିକ ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।