Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ନାମ ସୁପାରିଶ କରିଛନ୍ତି ସିଜେଆଇ ରମଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ନାମ ସୁପାରିଶ କରିଛନ୍ତି ସିଜେଆଇ ରମଣା

ନୂଆଦିଲ୍ଲୀ,ଏଜେନ୍ସି: କାର୍ଯ୍ୟକାଳ ସରିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା ନିଜ ଉତ୍ତରାଧିକାରୀ ଭାବେ ବରିଷ୍ଠ ବିଚାରପତି ୟୁ.ୟୁ ଲଲିତଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ସପାରିଶ ପରେ ପରବର୍ତ୍ତୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ୟୁ.ୟୁ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ସର୍ବାଧିକ ସମ୍ଭବନା ରହିଛି। ତେବେ ହଠାତ ଚର୍ଚ୍ଚାର ପରିସରକୁ ଆସିଥିବା ଜଷ୍ଟିସ ୟୁ.ୟୁ ଲଲିତଙ୍କୁ ନେଇ ବଢିବାରେ ଲାଗିଛି ଉତ୍ସୁକତା।

ଜଷ୍ଟିସ ୟୁ.ୟୁ ଲଲିତ ବର୍ତ୍ତମାନ ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ଲଲିତ ୧୯୫୭ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ରର ସିଦ୍ଧଦୁର୍ଗା ଜିଲ୍ଲାର ବିଜୟ ଦୂର୍ଗ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଓକିଲାତି ତାଙ୍କର ପାରିବାରିକ ବୃତ୍ତି ଭାବେ ରହିଆସିଛି। ତାଙ୍କ ଜେଜେବାପା, ୪ ଜଣ ଦାଦା ମଧ୍ୟ ଆଇନ ସେବାରେ ରହି ସାରିଛନ୍ତି। ସେହିପରି ତାଙ୍କର ଜେଜେ ମା ମଧ୍ୟ ଜଣେ ଡାକ୍ତର ଥିଲେ। ପରେ ସେ ମଧ୍ୟ ପାରିବାରିକ ପରମ୍ପରାକୁ ଆପଣାଇ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ଜଷ୍ଟିସ ଲଲିତ ଜୁନ୍ ୧୯୮୩ ମସିହାରେ ପ୍ରଥମ ଥର ପାଇଁ ଆଇନଜୀବୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲ। ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ଲଲିତ ୧୯୮୫ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। ସେ ଜାନୁଆରୀ ୧୯୮୬ରେ ମୁମ୍ବାଇ ଛାଡି ଦିଲ୍ଲୀ ଆସିଥିଲେ। ସେଠାରେ ମଧ୍ୟ ସେ ଆଇନ ଅଭ୍ୟାସ କରିଥିଲେ। ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ସହ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି।

୨୦୦୪ରେ ସର୍ବୋଚ୍ଚ କୋର୍ଟ ତାଙ୍କୁ ଜଣେ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପ୍ରଦାନ କରିଥିଲେ। ପରେ ସେ ୭ ବର୍ଷ ପାଇଁ ମହାରାଷ୍ଟ୍ର ସରକାରଙ୍କ ପ୍ୟାନେଲ ଟିମରେ ସଦସ୍ୟ ଭାବେ ସର୍ବୋଚ୍ଚ କୋର୍ଟରେ କାର୍ଯ୍ୟ କରିଥିଲେ। ବିଭିନ୍ନ ମାମଲାରେ ୧୪ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ମାମଲା ମଧ୍ୟ ପରିଚାଳନା କରିଛନ୍ତି। ପରେ ସେ ବିଚାରପତି ଭାବେ କର୍ଯ୍ୟଭାର ସମ୍ଭାଳିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ମମଲାର ଶୁଣାଣି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।