ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଦିଲ୍ଲୀ ବିମାନ ବନ୍ଦରର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଇଣ୍ଡିଗୋ ବିମାନର ନିଜ କ୍ଷେତ୍ରରେ ମାରୁତି ଗାଡ଼ି ପାର୍କ ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଇଣ୍ଡିଗୋ ଏୟାରଲାଇନର ଏହି ବିମାନ ଦିଲ୍ଲୀର ପାଟଣା ପାଇଁ ଉଡ଼ାଣ ଭରିଥାନ୍ତା । ଉକ୍ତ ଘଟଣାକୁ ନେଇ ଏୟାରପୋର୍ଟ ଅଧିକାରୀ ଓ ଇଣ୍ଡିଗୋ ଏୟାରଲାଇନ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।