ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟୀ ରାମାରାଓଙ୍କ ଝିଅ ଉମା ମାହେଶ୍ୱରୀଙ୍କ ମୃତ୍ୟୁ ଘଟିଛି । ହାଇଦ୍ରାବାଦସ୍ଥିତ ନିଜ ଆବାସରେ ତାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ପୋଷ୍ଟମର୍ଟମ ପାଇଁ ପୁଲିସ ତାଙ୍କ ଶବକୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଇଛି । ପୁଲିସ ଆରପୀସୀ ଧାରା ୧୭୪ ଅନୁସାରେ ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଏନଟୀ ରାମାରାଓଙ୍କ ୧୨ଜଣ ସନ୍ତାନଙ୍କ ମଧ୍ୟରୁ ଉମା ମାହେଶ୍ୱରୀ ସବୁଠୁ ସାନ ଥିଲେ । ଗତ କିଛି ମାସ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରୁଥିଲେ । ପୁଲିସର ପ୍ରାଥମିକ ତଦନ୍ତରୁ ଅବସାଦ ଯୋଗୁ ୫୭ ବର୍ଷୀୟା ଉମା ମାହେଶ୍ୱରୀ ପ୍ରାଣ ହାରିଥିବା ପୁଲିସ ଅନୁମାନ କରୁଛି ।