ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ମହାରାଷ୍ଟ୍ରର ତୁଳନା ଗୁଜରାଟ ଓ ରାଜସ୍ଥାନ ସହ କରିବାକୁ ନେଇ କ୍ଷମା ମାଗିଛନ୍ତି । କୋଶୟାରୀଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କୋଶୟାରୀ କ୍ଷମା ମାଗିବାକୁ ଯାଇ କହିଛନ୍ତି ଯେ, ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ମୁମ୍ବାଇ ବିକାଶରେ କିଛି ସମାଜର ଅବଦାନକୁ ପ୍ରଶଂସା କରିବା ସମୟରେ ମୋର କିଛି ଭୁଲ ହୋଇଯାଇଥିଲା । କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଭାରତ ବର୍ଷର ଉନ୍ନତିରେ ସଭିଙ୍କର ବିଶେଷ ଅବଦାନ ରହିଛି । ଖାସ୍ କରି ସମ୍ବୋଧିତ ପ୍ରଦେଶର ଉଦାରତା ଓ ସମସ୍ତଙ୍କୁ ସାଥୀରେ ନେଇ ଚଳିବାର ପରମ୍ପରା ଯୋଗୁ ଆଜି ଦେଶ ପ୍ରଗତି ଦିଗରେ ଅଗ୍ରସର ହେଉଛି ।
ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେଇଥିବା ବିବାଦୀତ ବୟାନଟି ହେଲା, ଯଦି ରାଜସ୍ଥାନୀ ଓ ଗୁଜରାଟୀଙ୍କୁ ମୁମ୍ବାଇ ଏବଂ ଥାଣେରୁ ହଟାଇ ଦିଆଯାଏ ତେବେ ମୁମ୍ବାଇବାସୀଙ୍କ ପାଖରେ ଟଙ୍କା ରହିବ ନାହିଁ ବୋଲି ମୁଁ କହିବାକୁ ଚାହୁଁଛି । ଏଥିସହିତ ମୁମ୍ବାଇ ମଧ୍ୟ ଆଉ ଆର୍ଥିକ ରାଜ୍ୟ ହୋଇରହିବ ନାହିଁ ।