ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ପାଟଣାଗଡ଼ ସହରରେ ଥିବା ଏକ ରାସନ ଦୋକାନକୁ ଜଣେ ଗ୍ରାହକ କିଛି ଜିନିଷ କିଣି ବାକୁ ଆସିଥିଲେ। ଏହି ସମୟରେ ସେ ତାଙ୍କ ବାଇକରେ ଏକ ସାପ ଥିବା ଦେଖି ଭୟଭୀତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସାପ ଧରାଳିକୁ ଡାକିଥିଲେ। ସାପ ଧରାଳି ମାନେ ଆସି ବାଇକ ଭିତରେ ପଶିଥିବା ସାପକୁ ଉଦ୍ଧାର କରିଥିଲେ। ଏହି ଘଟଣା ଦେଖିବାକୁ ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ଜମିଯାଇଥିଲା।