ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି କରୋନା ପଜିଟିଭ, ଚଳିତ ସପ୍ତାହରେ ସଂକ୍ରମଣକୁ ପରାସ୍ତ କରିଥିଲେ

ୱାଶିଂଟନ୍‌,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହ୍ୱାଇଟ୍ ହାଉସର ଫିଜିଶିୟନ ଡାକ୍ତର କେଭିନ ଓ କର୍ନର ଏହା ସ୍ପଷ୍ଟ କରିଛନ୍ତି । ଜାରି ବୟାନରେ କୁହାଯାଇଛି ଯେ, ବାଇଡେନଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଉ ନାହି । ସେ ସୁସ୍ଥ ଅନୁଭବ କରୁଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଏହା ରିବାଉଣ୍ଡ ମାମଲା, ଯାହାକି ବହୁତ କମ ଲୋକଙ୍କର ଠାରେ ଦେଖାଯାଇଥାଏ । ଏବେ ବାଇଡେନ ଅତିକମରେ ୪ ଦିନ ସଂଗରୋଧରେ ରହିବେ ।

ସୂଚନାଯୋଗ୍ୟ ୫ ଦିନ ପୂର୍ବରୁ ବାଇଡେନ କରୋନକୁ ପରାସ୍ତ କରିଥିଲେ । ବୁଧବାର ଯାଞ୍ଚ କରାଯାଇଥିବା ରିପୋର୍ଟ ନେଗେଟିଭ ଆସିଥିଲା । ୭୯ ବର୍ଷୀୟ ବାଇଡେନ ଗତ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହି ସମୟରେ ତାଙ୍କୁ ଭାଇରସର ମାମୁଲି ଲକ୍ଷଣ ଦେଖାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ ସଂଗରୋଧରେ ରଖାଯାଇଥିଲା । ଏହା ପରେ ସେ ଲଗାତାର ହ୍ୱାଇଟହାଉସର ସଦସ୍ୟଙ୍କ ସହିତ ସଂପର୍କରେ ଥିଲେ ଏବଂ ଭିଡିଓ କାର୍ଯ୍ୟକ୍ରମରେ ବୈଠକରେ ଅଂଶଗ୍ରହଣ କରୁଥିଲେ । ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଜ୍ୱର ଆସିବା ମଧ୍ୟ ବନ୍ଦ ହୋଇଯାଇଥିଲା ।