Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସାଉଥ୍ ଆଫ୍ରିକା ୨୭୫ ରନରେ ଅଲଆଉଟ୍, ଅଶ୍ୱିନଙ୍କୁ ୪ ୱିକେଟ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସାଉଥ୍ ଆଫ୍ରିକା ୨୭୫ ରନରେ ଅଲଆଉଟ୍, ଅଶ୍ୱିନଙ୍କୁ ୪ ୱିକେଟ୍

ପୁଣେ: ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଓ ଦଶ ନମ୍ବର ବ୍ୟାଟ୍ସମ୍ୟାନ୍ କେଶବ ମହାରାଜଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ଯୋଗୁଁ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ୍ରେ ୨୭୫ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଛି। ଏହା ସହ ଭାରତର ପ୍ରଥମ ଇନିଂସ୍ ସ୍କୋର ୬୦୧ରନ୍ ଠାରୁ ଆହୁରି ୩୨୬ ରନ୍ ପଛରେ ରହିଛି। ପ୍ରଥମେ ଦୁଇ ଦ୍ରୁତ ବୋଲର ଉମେଶ ଯାଦବ ଓ ମହମ୍ମଦ ସାମିଙ୍କ ଘତକ ବୋଲିଂ ପରେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ୪ ୱିକେଟ୍ ସହାୟତାରେ ଭାରତ ଏହି ବୃହତ୍ ଅଗ୍ରଣୀ ହାସଲ କରିଛି।

ଶନିବାର ତୃତୀୟ ଦିନର ଖେଳରେ ସାଉଥ୍ ଆଫ୍ରିକା ୧୦୫.୪ ଓଭର ଖେଳି ୨୭୫ ରନରେ ଅଲ୍ଆଉଟ୍ ହୋଇଯିବା ପରେ ଷ୍ଟମ୍ପସ ଘୋଷଣା କରାଯାଇଥିଲା। ଭର୍ଣ୍ଣନ୍ ଫିଲାଣ୍ଡର ୪୪ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ତାଙ୍କ ସହ କେଶବ ମହାରାଜ ନବମ ୱିକେଟରେ ୧୦୯ ରନ୍ର ପାର୍ଟନରଶିପ କରି ରେକର୍ଡ ସୃଷ୍ଟି କରିଛନ୍ତି। ମହାରାଜ ଦଳ ପକ୍ଷରୁ ସର୍ବାଧିକ ୭୨ ରନ୍ ସଂଗ୍ରହ କରିଥିବା ବେଳେ ଡୁ ପ୍ଲେସିସ୍ ୬୪, ୱିକେଟ କିପର କ୍ୱିଣ୍ଟନ୍ ଡି କକ୍ ୩୧ ଓ ଥେଉନିସ୍ ଡି ବ୍ରୁଏନ୍ ୩୦ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଉମେଶ ୩ଟି, ସାମି ୨ଟି ଓ ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ। ଖେଳ ଆହୁରି ଦୁଇ ଦିନ ବାକି ରହିଥିବାରୁ ଏହି ମ୍ୟାଚ୍ରେ ଭାରତର ବିଜୟ ସମ୍ଭାବନା ଅଧିକ ରହିଛି।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୩/୩୬ରୁ ସାଉଥ୍ ଆଫ୍ରିକାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଥେଉନିସ୍ ଡି ବ୍ରୁଏନ୍ ଓ ଆନ୍ରିଚ୍ ନୋର୍ଜେ ବ୍ୟାଟିଂ କରିଥିଲେ। ଖେଳ ଆରମ୍ଭ ହେବାର ମାତ୍ର ଦୁଇ ଓଭର ମଧ୍ୟରେ ମହମ୍ମଦ ସାମି ନୋର୍ଜେଙ୍କୁ ଆଉଯ୍ କରି ଭାରତ ପାଇଁ ଚତୁର୍ଥ ସଫଳତା ଆଣିଥିଲେ। ସେ ଦୂଳୀୟ ସ୍କୋର ୪୧ ରନ୍ରେ ଆଉଟ୍ ହୋଇଥିଲେ। ପରେ ଡି ବ୍ରୁଏନ୍ ବ୍ୟକ୍ତିଗତ ୩୦ ରନ୍ ସଂଗ୍ରହ କରି ଉମେଶ ଯାଦବଙ୍କ ତୃତୀୟ ଶିକାର ହୋଇଥିଲେ।

ଏହିଠାରୁ ଦୁଇ ଅଭିଜ୍ଞ ଖେଳାଳି ଫାଫ୍ ଡୁ ପ୍ଲେସିସ୍ ଓ କ୍ୱିଣ୍ଟନ୍ ଡି କକ ସାଉଥ୍ ଆଫ୍ରିକାର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ କିଛି ସମୟ ହଇରାଣ କରିଥିଲେ। ଏପରିକି ଏହିଠାରୁ ଦ୍ରୁତ ବୋଲରଙ୍କ କରିସ୍ମା ଦେଖିବାକୁ ଆଉ ମିଳିନଥିଲା। ଉଭୟ ଷଷ୍ଠ ୱିକେଟ୍ରେ ୭୫ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୨୮ ରନ୍ରେ ଡି କକ୍ଙ୍ ଅଶ୍ୱିନ ବୋଲ୍ଡ କରି ଭାରତ ପାଇଁ ଷଷ୍ଠ ସଫଳତା ଆଣିଥିଲେ। ଏହିଠାରୁ ଅଶ୍ୱିନ ଚମତ୍କାର ବୋଲିଂ କରିଥିଲେ। ସେନୁରନ୍ ମୁଥୁସାମୀଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ। ଦଳୀୟ ସ୍କୋର ୧୬୨ ରନ୍ରେ ଡୁ ପ୍ଲେସିସ୍ ଆଉଟ୍ ହୋଇଥିଲେ।

ଭାରତ ଭ୍ରମଣକାରୀ ସାଉଥ୍ ଆଫ୍ରିକାକୁ ୨୦୦ ରନ୍ ମଧ୍ୟରେ ଅଲଆଉଟ୍ କରିବ ବୋଲି ଆଶା କରାଯାଇଥିଲା। କିନ୍ତୁ ନବମ ବ୍ୟାଟ୍ସମ୍ୟାନ୍ ଭର୍ଣ୍ଣନ୍ ଫିଲାଣ୍ଡର ଓ ଦଶମ ବ୍ୟାଟ୍ସମ୍ୟାନ୍ କେଶବ ମହାରାଜ ସମସ୍ତ ଅ।।ଶାକୁ ବ୍ୟର୍ଥ କରିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। କେଶବ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡି ୧୦୯ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୨୭୧ ରନ୍ରେ କେଶବ ଆଉଟ୍ ହୋଇଥିଲେ। ପରେ କାଗିସୋ ରବାଡା ସ୍କୋର ୨୭୫ ରନ୍ ରହିଥିବା ବେଳେ ଅଶ୍ୱିନଙ୍କ ଚତୁର୍ଥ ଶିକାର ହୋଇଥିଲେ।