ଅକ୍ଷୟଙ୍କ ବିରୋଧରେ ମାମଲା ଦାୟର କରିବେ ସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣିଥରେ ବିବାଦ ଘେରରେ ଫସି ଯାଇଛନ୍ତି । ଏହି ବିବାଦ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ରାମସେତୁ’କୁ ନେଇ ଦେଖାଦେଇଛି । ଫିଲ୍ମରେ ଭୁଲ୍ ତଥ୍ୟ ଦେଖାଯାଉଥିବା ନେଇ ଅକ୍ଷୟଙ୍କୁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଟାର୍ଗେଟ କରିଛନ୍ତି । ଏନେଇ ସୁବ୍ରମଣ୍ୟମ୍ ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟ୍‌ରେ ଅକ୍ଷୟଙ୍କ ନାଗରିକତାକୁ ନେଇ ସୁବ୍ରମଣ୍ୟମ୍ ପ୍ରଶ୍ନ ଉଠାଇଛନ୍ତି ।

 ‘ରାମସେତୁ’ ଫିଲ୍ମକୁ ନେଇ ସୁବ୍ରମଣ୍ୟମ୍ ସ୍ୱାମୀ ୨ଟି ଟ୍ୱିଟ୍ କରିଛନ୍ତି । ପ୍ରଥମ ଟ୍ୱିଟରେ ଅକ୍ଷୟ କୁମାର ଓ ତାଙ୍କ କର୍ମା ମିଡିଆ ବିରୋଧରେ ମାମଲା ଦାୟର କରିବେ ବୋଲି ସୁବ୍ରମଣ୍ୟମ୍ ଲେଖିଛନ୍ତି । ସ୍ୱାମୀ ଆହୁରି ଲେଖିଛନ୍ତି ଯେ, ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁର ଛବି ଖରାପ କରିଛି । ମୋ ଓକିଲ ସତ୍ୟ ସଭରବାଲ କେସର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି ।