କେରଳ: ସମଗ୍ର ବିଶ୍ୱରେ କରୋନା ପରେ ମଙ୍କିପକ୍ସ ଦ୍ୱିତୀୟ ଘାତକ ରୋଗ ସାବ୍ୟସ୍ତ ହୋଇଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୪ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଦେଶର ପ୍ରଥମ କରୋନା ମାମଲା କେରଳରୁ ସାମ୍ନାକୁ ଆସିଥିଲା । ଦୁବାଇରୁ କେରଳ ଆସିଥିବା ୩୫ ବର୍ଷୀୟ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଯାଞ୍ଚ ପରେ ସେ ମଙ୍କିପ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।