ବଡ଼ ଭାଇର ମୃତ୍ୟୁ ପରେ ସାନ ଭାଇର ଆତ୍ମହତ୍ୟା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡର ବେଲପଡ଼ା ବ୍ଲକ ଅନ୍ତର୍ଗତ କୁମାରଖୋନ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, କାଲି ସନ୍ଧ୍ୟା ସମୟରେ କୁମାରଖୋନ ଗାଁର ଦୀପକ ପୁଟେଲ ନିକଟସ୍ଥ ଛେଳିଆ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଆଜି ସକାଳେ ଡ୍ୟାମରେ ଦୀପକର ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ । ଅନ୍ୟପଟେ ସାନ ଭାଇ ବିଶ୍ୱଜିତ ପୁଟେଲ ବଡ଼ ଭାଇର ମୃତ୍ୟୁ ହୋଇଥିବା ଦେଖି ବିଷ ପିଇ ଦେଇଥିଲେ । ବିଶ୍ୱଜିତକୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି । ଖବର ପାଇ ଘଟଣାସ୍ଥଳରେ ବେଲପଡ଼ା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରହିଛି।