ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ସାରା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ଏକ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ବିଜେପିର ସଞ୍ଜୁ ନାୟକ, ଆରତୀ ଗୁରୁ, ରଶ୍ମିରେଖା ଦାନୀ, ଅନୁଛାୟା ବାବୁ, ସରିତା ଯୋଷୀ, ରିତାରାଣୀ ସିଂଦେଓ, ଶଶ୍ମିତା ବେହେରା, ବାସନ୍ତୀ ଜେନା, ଫିରୋଜା ବିବି, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ ଓ ମଦନ ସେଠ୍ ଯୋଗ ଦେଇଥିଲେ ।