ବଜ୍ରପାତରେ ୩‌ ବଳଦ, ୧ ଗାଈ ଓ‌ ୧ ବାଛୁରୀ ମୃତ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଚଢେଇମରା ପଞ୍ଚାୟତ ଖିଲବେରେଣି ଗ୍ରାମରେ ବଜ୍ରପାତରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ରିଆମାଳ ବ୍ଲକରେ ଘଡଘଡି ସହ ବର୍ଷା ହୋଇଥିଲା। ଖିଲବେରେଣି ଗ୍ରାମରେ ବଜ୍ରପାତ ମାରିବା ଫଳରେ ଗ୍ରାମର ବିନୋଦ ସେଠୀ, ଗୋପାଳ ପଧାନ, କାଳିଆ ବିଶ୍ଵାଳ, ପୂର୍ଣ୍ଣଚନ୍ଦ୍ର ଥପାଙ୍କ ୩ଟି ବଳଦ, ଗୋଟିଏ ଗାଈ ଓ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଛି। ବର୍ତ୍ତମାନ ଚାଷ କାର୍ଯ୍ୟ ଜାରି ରହିଛି।ଉକ୍ତ ଚାଷୀମାନେ‌ ବଳଦ ମାଧ୍ୟମରେ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ବର୍ତ୍ତମାନ ଚାଷ କିଭଳି‌ କରାଯିବ ଚାଷୀ ମାନେ‌ ଚିନ୍ତାରେ‌ ଅଛନ୍ତି। ଜିଲ୍ଲା ପ୍ରଶାସନ ତଦନ୍ତ କରି ତୁରନ୍ତ ସହାୟତା ଯୋଗାଇ ଦେଲେ‌ ଚାଷୀମାନେ‌ ବଳଦ‌ କିଣି ଚାଷ କାର୍ଯ୍ୟ କରିପାରନ୍ତେ ବୋଲି ମତ ରଖିଛନ୍ତି।