ଦେବଗଡ଼ରେ ଗ୍ରୀଡ଼ ଷ୍ଟେସନ ଉଦଘାଟନ କଲେ ଜିଲ୍ଲାପାଳ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଓ ରିଆମାଳ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ସେବାରେ ବିଭ୍ରାଟ ଦେଖା ଦେଉଥିଲା । ସେଥିପାଇଁ ଟାଟା ପାୱାର ୱେଷ୍ଟର୍ଣ ଓଡ଼ିଶା ଡିସଟ୍ରିବ୍ୟୁସନ ପକ୍ଷରୁ ତିଳେଇବଣି ବ୍ଲକ ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ୨୨୦/୩୩ କେଭି ବିଦ୍ୟୁତ ଗ୍ରୀଡ଼ ଷ୍ଟେସନ ଲୋକାର୍ପିତ କରାଯାଇଛି । ଅପରାହ୍ନରେ ବର୍ଷା ସତ୍ୱେ ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଫିତା କାଟିବା ସହ ସ୍ୱିଚ ଟିପି ଗ୍ରୀଡକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନୂତନ ଗ୍ରୀଡ଼ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାବାସୀ ନିରବଛିନ୍ନ ଓ ଉତ୍ତମ ବିଦ୍ୟୁତ ସେବା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ସେହିପରି ଟିପିଡବ୍ଲ୍ୟୁଡିଏଲର ଚିଫ ଅପରେସନାଲ ଅଫିସର ସୁମିତ ଘୋଷ ଏହା ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ସହାୟକ ହେବାସହ କମ ସମୟରେ ଏହାର ତଦାରଖ କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ ।