ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଜଳଭଣ୍ଡାରର ଆଉ ୩ ଟି ଗେଟ୍ ଖୋଲିଲା । ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ହେବାରୁ ତିନୋଟି ଗେଟ୍ ଖୋଲିଛି । ତେବେ ପୂର୍ବରୁ ୫ଟି ଗେଟ ଖୋଲିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ ୮ଟି ଗେଟ୍ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହେଉଛି ।
ତେବେ ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ତେବେ ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟରେ ପହଞ୍ଚିଥିଲା ।
ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୧୩.୮୫ ଫୁଟରେ ପହଞ୍ଚିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬୧୪ ଫୁଟ ଅତିକ୍ରମ କରିଥିଲା । ଜଳଭଣ୍ଡାରକୁ ୧,୬୮,୮୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୧୬,୬୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।