ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆଜି ସଇଁନ୍ତଲା ବିଇଓ କାର୍ଯ୍ୟାଳୟକୁ ଏକ ଲ୍ୟାପଟପ ଏବଂ ସିଆରସିସିଙ୍କୁ ଗୋଟିଏ ଲେଖାଏଁ କମ୍ପ୍ୟୁଟର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ ଓ ବିଆରସିସି ନାରାୟଣ ଭୋଇଙ୍କ ଉପସ୍ଥିତିରେ କମ୍ପ୍ୟୁଟର ଓ ଲ୍ୟାପଟପ ବଣ୍ଟନ କରାଯାଇଛି । ଏହାଦ୍ୱାରା ଶିକ୍ଷାର ମାନ ବୃଦ୍ଧି ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ ସହଜ ହୋଇପାରିବ ବୋଲି ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭୋଇ କହିଛନ୍ତି ।