ଭୁବନେଶ୍ବର,ଏନ୍ଏନ୍ଏସ୍: ଇଣ୍ଟରନ୍ୟାସନାଲ୍ ବ୍ୟାମଡମିଣ୍ଟନ କୋର୍ଟରେ ଚମକିଲେ ଦୁଇ ଓଡ଼ିଆ ଝିଅ ଋତପର୍ଣ୍ଣା ପଣ୍ଡା ଓ ତାଙ୍କ ସାନ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା। ସେଣ୍ଟ ଡେନିସ୍ ରିୟୁନିୟନ୍ ଓପନ୍ ୨୦୨୨ର ୱିମେନ୍ ଡବଲଲସରେ ରନର୍ସ ଅଫ ହୋଇଛନ୍ତି ଋତପର୍ଣ୍ଣା ଓ ଶ୍ବେତପର୍ଣ୍ଣା। ଏଥିସହିତ ପ୍ରଥମ ଓଡ଼ିଆ ଭାବେ ମହିଳା ଡବଲସରେ ଏଭଳି ସଫଳତା ଲାଭ କରିଛନ୍ତି ଦୁଇ ଭଉଣୀ। ଆଜି ଖେଳାଯାଇଥିବା ଫାଇନାଲରେ ଟୁର୍ଣ୍ଣାମେଣ୍ଟର ଟପସିଡ୍ ଜର୍ମାନୀ ଯୋଡିଙ୍କୁ କଡା ଟକ୍କର ଦେଇଥିଲେ ଶ୍ବେତପର୍ଣ୍ଣା ଓ ଋତପର୍ଣ୍ଣା।
ପ୍ରଥମ ସେଟରେ ବିଜୟ ଲାଭ କରିଥିଲେ ବି ଅନ୍ୟ ଦୁଇ ସେଟରେ କଡା ମୁକାବିଲା କରି ପରାସ୍ତ ହୋଇଥିଲେ। ଋତପର୍ଣ୍ଣା ଓ ଶ୍ବେତପର୍ଣ୍ଣାଙ୍କ ଘର କଟକ ସହରରେ। ଉଭୟ ଭଉଣୀ ଅନ୍ତର୍ଜାତୀୟସ୍ତରରେ ଭାରତ ପାଇଁ ସୁନାମ ଆଣିଛନ୍ତି ଓ ରନର୍ସ ଅପ୍ ହୋଇଛନ୍ତି।