ପାକିସ୍ତାନ ଉପନିର୍ବାଚନ: ପଞ୍ଜାବରେ ଇମ୍ରାନ ଖାନଙ୍କ ବିଜୟ, ପିଟିଆଇ ୨୦ରୁ ୧୬ ଆସନରେ ଜିତିଲା

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ପଞ୍ଜାବ ଉପନିର୍ବାଚନ ପାଇଁ ଭୋଟ ଗଣତି ଶେଷ ହୋଇଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ଉପନିର୍ବାଚନରେ ସଫଳତା ହାସଲ କରିଛି । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପିଟିଆଇ ୨୦ଟି ଆସନରୁ ୧୬ଟିରେ ଜିତିଛି । କ୍ଷମତାସୀନ ପାର୍ଟି ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଖାତାକୁ ୩ଟି ଆସନ ଆସିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଉପନିର୍ବାଚନ ଜିତିଛନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବରେ ଏପ୍ରିଲ ପର୍ଯ୍ୟନ୍ତ ପିଟିଆଇର ସରକାର ଥିଲା । ଇମ୍ରାନ ଖାନଙ୍କ ଉପରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ପରେ ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦାର ଇସ୍ତଫା ଦେଇଥିଲେ । ଏହା ପରେ ଦଳୀୟ କନ୍ଦଳ ଯୋଗୁଁ ପିଟିଆଇର ସଦସ୍ୟମାନଙ୍କର ଏକ ଗୋଷ୍ଠୀ ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିଲେ । ସେମାନେ ପିଏମଏଲ-ଏନ ପାଇଁ ଭୋଟ ଦେଇଥିଲେ । ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାର୍ଟି ଗାଇଡଲାଇନରୁ ଓହରି ଅନ୍ୟ ଦଳକୁ ଭୋଟ ଦେବା କାରଣରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ସେହିଦିନ ଠାରୁ ୨୦ଟି ଆସନ ଖାଲି ଥିଲା ।