ଘସିଏନ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ପାଟଣାଗଡ଼,ଏନ୍ଏନ୍ଏସ୍: ଗତକାଲି ଘସିଏନ ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍କାଉଟ ଗାଇଡ଼ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ମହାଦେବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ଯୋଗଦେଇଥିଲେ ଓ ପାଟଣାଗଡ଼ ବନଖଣ୍ଡ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି ବନରକ୍ଷକ ଶ୍ୟାମ ସୁନ୍ଦର ସାହୁ, ସୁନ୍ଦର ରାମ ସାଏ, ଉମାବତୀ ଭୋଇ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଦ୍ୟାଳୟରେ ବୃକ୍ଷ ରୋପଣ କରିଥିଲେ।

ଜାତୀୟ ସେବା ସମିତିର ଆବାହକ ତଥା ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା ସ୍କାଉଟ୍‌ ଗାଇଡ଼ ଲିଡ଼ର ରାମଚନ୍ଦ୍ର ମେହେର ଉତ୍ସବ ପରିଚାଳନା କରିଥିଲେ। ଏହି ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଆମକୁ ଅମ୍ଳଜାନ ମିଳିବ ବୋଲି ପାଟଣାଗଡ଼ ରେଞ୍ଜର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।