ପୂର୍ବତନ ପାଟଣା ଷ୍ଟେଟର ମାହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସାନ ଜ୍ୱାଇଁଙ୍କ ପରଲୋକ

ପାଟଣାଗଡ଼,ଏନ୍ଏନ୍ଏସ୍: ପୂର୍ବତନ ପାଟଣା ଷ୍ଟେଟର ମହାରାଜ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜାମାତା ଗତକାଲି କ୍ୟାପ୍‌ଟେନ୍‌ ବଳଦେବ ସିଂହଙ୍କ ୭୯ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଯାଇଛି। ଏଦୁଃଖଦ ଘଟଣା ଖବରପାଇ ପାଟଣା ମହାରାଜ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ଲୋକସଭା ସଦସ୍ୟା ଶ୍ରୀମତୀ ସଂଗୀତା ସିଂଦେଓ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ବଳଦେବ ସିଂଙ୍କ ପରିବାର ବର୍ଗଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତନା ଦେବା ସହ ତାଙ୍କର ଆତ୍ମ। ଶାନ୍ତିରେ ରହୁ ବୋଲି ପ୍ରାଥନା କରିଛନ୍ତି। ସ୍ବର୍ଗତ ବଳଦେବଙ୍କ ୩ଟି ପୁଅ ଅଛନ୍ତି ତାଙ୍କର ବଡ଼ ପୁଅ ବିଶିଷ୍ଟ ହିନ୍ଦି ଫିଲ୍ମ ଅଭିନେତା ଚନ୍ଦ୍ରଚୁଡ଼ ସିଂହ ଓ ଅନ୍ୟ ଦୁଇପୁଅ ଆଦିତ୍ୟ ସିଂହ ଅଭିମନ୍ୟୁ ସିଂହ ସେମାନେ ବି ପ୍ରଭୁ ଜଗନ୍ନାଥଙ୍କ ଉପରେ ଟେଲି ଫିଲ୍ମ କରିଥିବାର ଜଣାପଡିଛି।