ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ଥାନା କ୍ଷେତ୍ରରେ ବକୋଲୀ ଗାଁରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ଖସି ୫ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୮ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୬ଜଣଙ୍କୁ ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଉକ୍ତ ଗୋଦାମଟି ଶକ୍ତି ସିଂହ ଚୌହାନଙ୍କର ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଯାଞ୍ଚରେ ସାମ୍ନାକୁ ଆସିଛି । ଏହାର ନିର୍ମାଣ କାର୍ଯ୍ୟର ଠିକା ସିକନ୍ଦର ନାମକ ବ୍ୟକ୍ତି ନେଇଥିଲେ । ଉକ୍ତ ଘଟଣା ପରେ ପୁଲିସ ମାମଲା ଦାୟର କରିବା ସହ ଶକ୍ତି ସିଂହ ଚୌହାନ ଓ ସିକନ୍ଦରଙ୍କୁ ଖୋଜୁଛି ।