ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ଜିଲ୍ଲା ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟରୁ ଦିନ ଦ୍ୱିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଦୁବୁର୍ତ୍ତ ଲୁଟି ନେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି କେନ୍ଦ୍ର ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ସେଇ ନିକଟରେ କଥା ହେଉଥିଲେ । ହେଲେ ସେଠାରେ ପୂର୍ବରୁ ୨ଟି ବାଇକରେ ୪ଜଣ ଲୁଟେରା ଅପେକ୍ଷା କରିଥିଲେ । ଆଉ ଆଖି ପିଛୁଳାକେ ଡିକି ଖୋଲି ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଟାଉନ ଥାନାରେ ହରିଶ୍ଚନ୍ଦ୍ର ଏତଲା ଦେବାକୁ ଯାଇଥିଲେ ମଧ୍ୟ ଥାନାରେ କୌଣସି ପୁଲିସ ଅଧିକାରୀ ନଥିଲେ । ଫଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।