ରାଜ୍ୟରେ ନବୀନ ସରକାର ଏକଛତ୍ରବାଦ ଶାସନ ଚଳାଇ ଆସୁଛନ୍ତି : ପିସିସି ସଭାପତି

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ତରଫରୁ ଗଣମାଧ୍ୟମ ଉପରେ ଲଗାଯାଇଥିବା ରୋକକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା କରିଛନ୍ତି । ଶରତ ପଟ୍ଟନାୟକ କହିଛନ୍ତି ଯେ, ସାମ୍ବାଦିକଙ୍କ ପାଇଁ ନବୀନ ସରକାର ସବୁଠୁ ଆଶ୍ଚର୍ଯ୍ୟ ଏବଂ ଘୁର୍ଣ୍ୟ ନିଷ୍ପତ୍ତି ନେଇଛନ୍ତି । ଗଣତନ୍ତ୍ର ପ୍ରତି ଏହା ଏକ ଅସମ୍ମାନ । ଏଭଳି ନିର୍ଦ୍ଦେଶ ବିଜେଡି ସରକାରଙ୍କ ଅହଙ୍କାର ଗଣତାନ୍ତ୍ରିକ ଆଦର୍ଶର ଏପରି କଣ୍ଠରୋଧ କାର୍ଯ୍ୟକୁ କଂଗ୍ରେସ ଦଳ ପକ୍ଷରୁ ତଥା ମୋ ତରଫରୁ ଘୋର ନିନ୍ଦା କରୁଛି । ଏପରି ଏକଚାଟିଆ ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର କରାଯିବା ପାଇଁ ଦାବି କରୁଛି ।

ସୂଚନାଯୋଗ୍ୟ, ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ପାଟଣାଗଡ଼ ଗସ୍ତ କରିଛନ୍ତି । ଏହି ସମୟରେ ପାଟଣାଗଡ଼ କଂଗ୍ରେସ ର ଅନୀଲ ମେହେର, ଉପେନ୍ଦ୍ର ମିଶ୍ର, ସିଦ୍ଧାର୍ଥ ମିଶ୍ର, ବିଧୁ ଭୂଷଣ ତ୍ରିପାଠୀ, କମ୍ବୁପାଣି ଦାସ ଓ ପତିତପାବନ ପ୍ରଧାନ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।