ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ୨ ଘଣ୍ଟା ବଢିଲା

ପୁରୀ,ଏନ୍ଏନ୍ଏସ୍: ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ବଢିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ୨ ଘଣ୍ଟା ଦର୍ଶନ ଅବଧି ବଢାଇଛନ୍ତି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାବେଳେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ସମୟ ଅବଧି ବଢ଼ାଯାଇଛି। ମହାପ୍ରଭୁଙ୍କ ଚନ୍ଦନ ଲାଗି ନୀତି ଯାଏଁ ଦର୍ଶନ କରିବେ ଭକ୍ତ। ସନ୍ଧ୍ୟା ୬ ଟା ଯାଏଁ ଦର୍ଶନ ଚାଲିବ ବୋଲି ଆଶା ରଖାଯାଇଛି। ବାହୁଡ଼ା ଯାତ୍ରା ନିମନ୍ତେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୀତିକାନ୍ତି ନିମନ୍ତେ ଅପରାହ୍ନ ୪ଟା ପରେ ଆଡ଼ପ ମଣ୍ଡପରେ ଶ୍ରୀଯୀଉଙ୍କ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଓ ଦଇତାପତି ନିଯୋଗର ବୈଠକରେ ନିଷ୍ପତ୍ତି ହୋଇଥିଲା।