ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ନିକଟସ୍ଥ ଖରସେଲବାଞ୍ଜି ବରଗଛ ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତୁର ଅଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ବାଉଶୁଣି ଥାନା ପଳସା ଗ୍ରାମର ଆଲୋକ ଜାଲ(୨୨) ଏବଂ ଆହତ ଜଣକ ହେଲେ ଅତରଲା ଗାଁର ରମେଶ ଜାଲ(୧୬) । ମିଳିଥିବା ରିପୋର୍ଟ ମୁତାବକ, ଆଲୋକ ଓ ରମେଶ କୌଣସି ଏକ କାମରେ ମାମୁଁ ଘରକୁ ଆସି ଫେରୁଥିବା ବେଳେ ତାଙ୍କ ବାଇକ ଭାରସାମ୍ୟ ହରାଇଥିଲା । ଫଳରେ ଘଟଣାସ୍ଥଳରେ ଆଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ରମେଶଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।