ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଙ୍ଗ ଅଭିଯୋଗ କରିଛନ୍ତି ପୀଡିତା ଛାତ୍ରୀ। ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିସାନଙ୍କୁ ୪ ଜଣ ସିନିଅର ଛାତ୍ରୀ ୩ ମାସ ଧରି ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ଭୋଜପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟଲାବାହାଳ ଗ୍ରାମର ବିବାହିତା ଆଦିବାସୀ ଛାତ୍ରୀ କଳ୍ପନା କିସାନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇ ହଷ୍ଟେଲରେ ରହୁଥିବା ବେଳେ ଉକ୍ତ ହଷ୍ଟେଲରେ ରହୁଥିବା ୪ ଜଣ ବରିଷ୍ଠ ଛାତ୍ରୀ ତାଙ୍କୁ ଗତ ୩ ମାସ ହେବ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଇଆସୁଥିଲେ।
ନିର୍ଯାତନା ଅସହ୍ୟ ହେବାରୁ କଳ୍ପନା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଅନୁଷ୍ଠାନରୁ ନାମ କାଟି ନେବାକୁ ଅନୁରୋଧ କରିଥିଲେ। ଆଜି ପୀଡିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ ପରେ ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଧନା ଦାସ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଅନୁଷ୍ଠାନର କର୍ମଚାରୀଙ୍କୁ ନେଇ ଚାଲିଛି ରାତି ଅଧିଆ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଆସନ୍ତାକାଲି ସୁଦ୍ଧା ଦୋଷୀ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନୁଷ୍ଠାନିକ ଭାବେ ଥାନାରେ ଅଭିଯୋଗ କରିବେ ବୋଲି ପୀଡିତାଙ୍କ ଭାଇ ଦୁଷ୍ମନ୍ତ କିସାନ ସୂଚନା ଦେଇଛନ୍ତି।