ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଳକ ର କୁଡ଼ା ସିଂହା ଆର ଆଇ ଅଧୀନରେ ଥିବା ଭୁତିଆର ବାହାଲ ସ୍ଥିତ ମା କ୍ରସର ଠାରେ ଆଜି ସକଳେ ବିସ୍ଫୋରଣ ହେବାରୁ ୩ ଜଣ ଶ୍ରମିକ ଗୁରୁତର ହୋଇ ମରଣ ମୁହଁରେ ପଡିଥିବା ଜଣାପଡିଛି। କ୍ରସରରେ କାମ କରୁଥିବା ୩ ଜଣ ବଙ୍ଗାଳି ଶ୍ରମିକ ଗୁରୁତର ହୋଇଛନ୍ତି।
ଗୁରୁତର ଶ୍ରମିକମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବାକୁଡ଼ା ଜିଲ୍ଲା ମଂଚିଇ ଗାଁ’ର ଦେବାଶିଷ ବାଗଡ଼ି, ରାଜୀବ ବାଗଡ଼ି, ବିକାଶ ବାଗଡ଼ି। ଡାହାଣ ଗୋଡ଼ର ଆଣ୍ଠୁରେ ବେଶି ଆଘାତ ହୋଇଥିବାରୁ ଶ୍ରମିକ ଦେବାଶିଷକୁ ବିକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଖବର ଜଣାପଡିବା ପରେ ଘଟଣାସ୍ଥଳରେ ବଲାଙ୍ଗିର ଯୋନର ଫେକ୍ତରୀ ନିର୍ଦ୍ଦେଶ ବିବେକାନନ୍ଦ ପଟେଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଶ୍ରୀ ପଟେଲଙ୍କୁ ପଚରିବାରୁ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ଓ ଏହାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ବିନା ପଞ୍ଜିକରଣରେ କାମ କରୁଥିଲେ ଅନଭିଜ୍ଞ ବଙ୍ଗାଳୀ ଶ୍ରମିକ ବୋଲି ଜଣାପଡିଛି।