ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାରେ ଆଜି ଶକ୍ତି ପ୍ରଦର୍ଶନରେ ଏକନାଥ ସିନ୍ଦେ ସରକାରକୁ ସଫଳତା ମିଳିଛି । ଅନ୍ୟପଟେ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ରୂପେ ଏନସିପି ନେତା ଅଜିତ ପାୱାରଙ୍କୁ ଚୟନ କରାଯାଇଛି । ଏନସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ବିରୋଧୀ ଦଳ ନେତା ରୂପେ ଅଜିତ ପାୱାରଙ୍କ ନାମର ପ୍ରସ୍ତାବ ରଖିଥିଲେ । ଆଉ ଏହାକୁ ବିଧାନସଭାରେ ମଞ୍ଜୁରୀ ମିଳିଥିଲା ।
ଏହାପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ଅଜିତ ପାୱାର କହିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସଙ୍କ ଭାଷଣରେ ଆଉ ପୂର୍ବ ଭଳି ଯୋଶ୍ ନାହିଁ । ଫଡନାଭିସ ମହାରାଷ୍ଟ୍ରର ଏମିତି ଜଣେ ନେତା ଯିଏକି ଅଢ଼େଇ ବର୍ଷରେ ୩ଟି ପଦରେ କାମ କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ, ପରେ ବିରୋଧୀ ଦଳ ନେତା ଓ ଏବେ ଉପମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।