ପଞ୍ଜାବରେ ମନ୍ତ୍ରୀମଣ୍ଡଳରେ ବିସ୍ତାର: ଶପଥ ନେଲେ ୫ ନୂଆ ମନ୍ତ୍ରୀ

ପଞ୍ଜାବ: ପଞ୍ଜାବର ଭଗବନ୍ତ ମାନ ସରକାରରେ ମନ୍ତ୍ରୀମଣ୍ଡଳର ବିସ୍ତାର ହୋଇଛି । ରାଜଭବନରେ ରାଜ୍ୟପାଳ ବନବରୀ ଲାଲ ପୁରୋହିତ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପଞ୍ଜାବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୦ଜଣ ମନ୍ତ୍ରୀ ଥିଲେ । ଆଉ ୫ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ମନ୍ତ୍ରୀଙ୍କ ସଂଖ୍ୟା ୧୫ରେ ପହଂଚିଛି । ନୂଆ ମନ୍ତ୍ରୀମାନେ ହେଲେ ଅମନ ଅରୋଡା, ଫୌଜା ସିଂହ ସରାରୀ, ଇନ୍ଦ୍ରବୀର ସିଂହ ନିଜ୍ଜର, ଅନମୋଲ ଗଗନ ଓ ଚେତନ ସିଂହ ଜୋଡ଼ମାଜାରା ।

ସୂଚନାଯୋଗ୍ୟ, ଆମ ଆଦମି ପାର୍ଟି ପଞ୍ଜାବରେ ସରକାର ଗଠନ କରିବାର ୩ ମାସ ପରେ ପ୍ରଥମ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂଖ୍ୟା ୧୮ରେ ପହଂଚିଛି ।