ଭାରତ ୨୪୫ ରନରେ ଅଲଆଉଟ୍, ଇଂଲଣ୍ଡ ଆଗରେ ଟାର୍ଗେଟ ୩୭୮

ହାଇଦ୍ରାବାଦ,ଏଜେନ୍ସି: ଏଜବଷ୍ଟନରେ ଚାଲିଥିବା ଘରୋଇ ଇଂଲଣ୍ଡ ଏବଂ ଭାରତ ଟେଷ୍ଟ ସିରିଜର ପଞ୍ଚମ ଟେଷ୍ଟର ଆଜି ଚତୁର୍ଥ ଦିନ। ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇଂନିସରେ ୨୪୫ ରନରେ ଅଲଆଉଟ ହୋଇଛି। ଫଳରେ ଇଂଲଣ୍ଡ ଆଗରେ ୩୭୮ ରନ୍‌ ଟାର୍ଗେଟ ରହିଛି। ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ଏବଂ ୱିକେଟ କିପର ରିଷଭ ପନ୍ତ ଅର୍ଦ୍ଧ ଶତକ ହାସଲ କରିଛନ୍ତି। ଚେତେଶ୍ବର ପୂଜାରା ୧୬୮ ବଲରୁ ୮ଟି ଚୌକା ମାରି ୬୬ ରନ୍‌ କରି ଆଲେକ୍ସ ଲିସ୍ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି।

ସେହିପରି ପନ୍ତ ୮୬ ବଲରୁ ୮ଟି ଚୌକା ମାରି ୫୭ ରନ୍‌ କରି ଜୋ ରୁଟ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି। ସେହିପରି ପୁଣି ଥରେ ବ୍ୟାଟିଂରେ ବିଫଳ ହୋଇଛନ୍ତି ଓପନର ଶୁଭମନ ଗିଲ୍‌। ଶୁଭମନ୍‌ ଗିଲ ୪, ହନୁମା ବିହାରୀ ୧୧, ବିରାଟ କୋହଲି ୨୦, ଶ୍ରେୟାସ ଆୟାର ୧୯, ଶାର୍ଦ୍ଦୁଲ ଠାକୁର ୪ ରନ କରି ଆଉଟ ହୋଇଛନ୍ତି। ରବୀନ୍ଦ୍ର ଜାଡେଜା ୨୩ ରନ, ମହମ୍ମଦ ସାମୀ ୧୩ ରନ, ଅଧିନାୟକ ବୁମରା ୭ ରନ୍‌ କରି ଆଉଟ ହୋଇଛନ୍ତି। ମହମ୍ମଦ ସିରାଜ ୨ ରନ୍‌ କରି ଅପରାଜିତ ରହିଛନ୍ତି।

ସେହିପରି ଇଂଲଣ୍ଡ ପକ୍ଷରୁ ମଧ୍ୟାହ୍ନ ସୁଦ୍ଧା ଷ୍ଟୁଆର୍ଟ ବ୍ରୋଡ ଓ ମ୍ୟାଟି ପୋଟ୍ସ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି। ଜେମ୍ସ ଆଣ୍ଡରସନ, ଜ୍ୟାକ ଲିଚ, ଅଧିନାୟକ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି।