ପାଟଣାଗଡ଼,ଏନ୍ଏନ୍ଏସ୍: ଉପଖଣ୍ଡର ଖପ୍ରାଖୋଲ ବ୍ଲକ୍ରେ ଗତ ୨୯ ତାରିଖରେ ବଲାଙ୍ଗିର ଜିଲ୍ଲାପାଳ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ଘଟଣା ସାରା ଜିଲ୍ଲାରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା। ପୁଣି ଆଜି ସେହି ଖପ୍ରାଖୋଲ ବ୍ଲକ୍ରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଜିଲ୍ଲାପାଳଙ୍କୁ ଅନୁସରଣ କରି ଖପ୍ରାଖୋଲ ସ୍ଥିତ ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।