ମାଉସୀ ଘରକୁ ବାହୁଡ଼ିଲେ ମହାବାହୁ, ରୀତିନୀତିରେ ସମ୍ପନ୍ନ ହେଲା ରଥଯାତ୍ରା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗ୍ରାମରେ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କ ସହଯୋଗରେ ରଥଯାତ୍ରା ଶେଷ ହୋଇଯାଇଛି । ଗାଁର ମହିଳା କୀର୍ତ୍ତନ ସାହୁପଡ଼ା, କଲୋନୀ ପଡ଼ା ମହିଳା କୀର୍ତ୍ତନ, ଉପରପଡ଼ା କୀର୍ତ୍ତନ, ଘଣ୍ଟବାଦ୍ୟ ଓ ହୁଳହୁଳିର ତାଳେ ତାଳେ ଉପରପଡ଼ାରୁ ମହାଲିଙ୍ଗ ପଡ଼ା ପର୍ଯ୍ୟନ୍ତ ରଥା ରୂଢ଼ରେ ଅଣାଯାଇଥିଲା । ପରେ ଜଗନ୍ନାଥ ମହାପ୍ରଭୁ ନିଜ ମାଉସୀ ଘରକୁ ଯାଇଥିଲେ । ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗାଁର ଉମରା ମେଘନାଦ ସିଂ ମାଝୀ ଛେରାପହଁରା କରିଥିବାବେଳେ ତାଙ୍କ ସହଯୋଗୀ ଲେକ୍ରୁସିଂ ମାଝୀ ସହଯୋଗ କରିଥିଲେ । ମୁଖ୍ୟ ପୂଜକ ଭାବେ ବିଷ୍ଣୁ ପ୍ରସାଦ ନାୟକ ପୂଜାର୍ଚ୍ଚନା କରିଥିବାବେଳେ ଗୋବିନ୍ଦ ଚନ୍ଦ୍ର ନାୟକ, ବୁଲୁ ନାୟକ, ବିରଞ୍ଚି ନାୟକ, ପ୍ରଦୀପ କୁମାର ନାୟକ, ସନ୍ଦୀପ ନାୟକ ଓ ବୈଭବ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ସେହିପରି ସଇଁନ୍ତଲା, ଭନ୍ଦ୍ରା, ଶିଷକେଲା, ଟିକ୍ରାପଡ଼ା ଓ କନ୍ଦକେଲଗାଁ ଭଳି ଅନେକ ସ୍ଥାନରେ ରଥଯାତ୍ରା ପାଳନ ହୋଇଥିଲା । ଛନଛଡ଼ାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ସରୋଜ ପୁରୋହିତ, ସାଶଙ୍ଖ ଶେଖର ମହାନ୍ତି, ଉମେଶ ପୁରୋହିତ, ବୁଲୁ ହୋତା, ଭୁବନେଶ୍ୱର ହୋତା, ସଂଜୀବ ପୁରୋହିତ ଓ ରବି ପାଢ଼ୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ଭାରତ ଭୂଷଣ ବୁଡ଼େକ ଛେରାପହଁରା କରିଥିଲେ । ମହିଳା ଜଗନ୍ନାଥ ସଂକୀର୍ତ୍ତନ୍ୟ ଛନଛଡ଼ା ଓ ରାମଜୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ଘଣ୍ଟାବାଦ୍ୟର ତାଳେତାଳେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।
ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସଇଁନ୍ତଲା ପୁଲିସ ଏବଂ ମନ୍ଦିର କମିଟି ଦ୍ୱାରା ଶାନ୍ତିରେ ଯାତ୍ରା ଶେଷ ହୋଇଯାଇଛି ।