ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ମଳେହିପଡା ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ଉନ୍ନତୀକରଣ ବାବଦରେ ଗୁରୁବାର ସମିତିସଭ୍ୟ ମୁନସୁନ କୁମାର ସାହୁଙ୍କ ନେତୃତ୍ବରେ ସରପଞ୍ଚ ରୁନୁ ବେହେରା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଲିଖିତ ଜଣାଇଛନ୍ତି। ମଳେହିପଡା ଗ୍ରାମ ସ୍ଥିତ ୬ ଏକରରୁ ଊର୍ଦ୍ଧ୍ୱ ଜାଗାରେ ଏକ ପୁଷ୍କରିଣୀ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆଦର୍ଶ ପୁଷ୍କରିଣୀ କରିବା ପାଇଁ ଅନୁରୋଧ କରିଥିଲେ।
ଅପରିପକ୍ଷରେ ଏହି ପୁଷ୍କରିଣୀର ଜଳ ମରୁଡି ସମୟରେ ମଳେହିପଡା, ରେଙ୍ଗାଳବାହାଳ ଓ କଖାରୁମାଳ ଗ୍ରାମ ସମେତ ପଞ୍ଚାୟତର ଶତାଧିକ ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଇ ଥାଏ। ଯାହାକି ଚାଷୀମାନେ ଆଉ ମରୁଡି ସମସ୍ୟା ଭୋଗିବେ ନାହିଁ। ସେହିପରି ପଞ୍ଚାୟତର ବିପର୍ଯ୍ୟସ୍ତ ଖରାପ ଥିବା ରାସ୍ତାର ଉନ୍ନତୀକରଣ ପାଇଁ ଦାବି ମଧ୍ୟ ରଖିଥିଲେ।