ମଣିପୁର,ଏଜେନ୍ସି: ମଣିପୁରର ନୈନି ଜିଲ୍ଲାରେ ଆଜି ଏକ ରେଳ କନଷ୍ଟ୍ରକସନ୍ ସ୍ଥଳୀରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ଥିବା ସୂଚନା ରହିଛି। ଉତ୍ତରପୂର୍ବ ରେଳ ଜୋନ୍, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଓ ରେଳ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏହି ସମୟରେ ୭ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ୪୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଭାରୀ ବର୍ଷା କାରାଣରୁ ଏହି ଭୂସ୍ଖଳନ ହୋଇଥିବା କୁହାଯାଉଛି।
ଏହି ଘଟଣା ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୋକ ବ୍ୟକ୍ତ କରିବା ସହିତ ଗୁରୁତରଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥି ସହ ସେ ମଣିପୁରର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କୁ ଘଟଣାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।