ପିଏସ୍‌ଏଲ୍‌ଭି-ସି୫୩ ସମେତ ୩ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ଆଜି ୩ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧବନ ସ୍ପେଶ୍ ସେଣ୍ଟରରୁ ଏହି ଉପଗ୍ରହର ଉତ୍‌କ୍ଷେପଣ କରାଯାଇଛି। ସତିଶ୍ ଧବନ ସ୍ପେଶ୍‌ ସେଣ୍ଟରର ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ରୁ ଏହି ଉପଗ୍ରହ ଲଞ୍ଚ ହୋଇଛି।

ଏଥିରେ ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏସ୍‌ଆଇଏଲ୍‌)ର ଦ୍ବିତୀୟ ଉପଗ୍ରହ ପିଏସ୍‌ଏଲ୍‌ଭି- ସି୫୩, ଡିଏସ୍‌-ଇଓ ଉପଗ୍ରହ ଓ ତାସହିତ ସିଙ୍ଗାପୁରର ଏକ ଉପଗ୍ରହ ଉତ୍‌କ୍ଷେଣ ହୋଇଛି। ପୃଥିବୀର ତଳ ପରିଧିରେ ଏହି ଉପଗ୍ରହ ଗୁଡ଼ିକୁ ସ୍ଥାନିତ କରାଯାଇଛି।