ପଞ୍ଜାବ: ପଞ୍ଜାବ ବିଧାନସଭାରେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଏକ ପ୍ରସ୍ତାବକୁ ଆଜି ପାରିତ କରାଯାଇଛି । ବିଜେପିର ୨ଜଣ ବିଧାୟକ ଅଶ୍ୱିନୀ ଶର୍ମା ଓ ଜାଙ୍ଗୀ ଲାଲ ମହାଜନ ପ୍ରସ୍ତାବକୁ ବିରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଯଶୋବନ୍ତ ସିହ୍ନା ସଦନରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ ।
ପ୍ରସ୍ତାବ ଚର୍ଚ୍ଚାରେ ଭଗବନ୍ତ ମାନ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ । ଏହି ଯୋଜନା ଦେଶର ଯୁବକଙ୍କ ବିରୋଧରେ ପ୍ରସ୍ତୁତ ହୋଇଛି ।
ଏହାପୂର୍ବରୁ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରି ଭଗବନ୍ତ ମାନ କହିଥିଲେ ଯେ, ବିଜେପି ସରକାରଙ୍କ ଅଗ୍ନିପଥ ଯୋଜନା ଏକ ତର୍କହୀନ ନିଷ୍ପତ୍ତି । ଏହା ଭାରତୀୟ ସେନା ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବ ।