ଆଜି ସଂଧ୍ୟାରେ ମହା ସରକାର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ନେତାଙ୍କ ସହ ମିଶି ବିଜେପି ଶାସନ ଭାର ସମ୍ଭାଳିବାକୁ ଯାଉଛି । ଦେବେନ୍ଦ୍ର ଫଡନାଭିସ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାବେଳେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ । ଆଜି ସଂଧ୍ୟା ୭ଟା ୩୦ରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଆସନ୍ତାକାଲି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାଯିବ ।

ସୂଚନାଯୋଗ୍ୟ, ଦେବେନ୍ଦ୍ର ଫଡ଼ନାଭିସ ଓ ଏକନାଥ ସିନ୍ଦେ ଆଜି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟି ସରକାର ଗଢ଼ିବା ନେଇ ଦାବି ଉପସ୍ଥାପନ କରିବେ ।