ବ୍ଲକ ଗୃହ ଓ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବିବିନା ପଞ୍ଚାୟତରେ ନୂତନ ଭାବରେ ନିର୍ମାଣ ହେବାକୁ ଥିବା ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ମନ୍ତ୍ରୀ ଟୁକୁନି ସାହୁ ସ୍ଥାପନ କରିଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ବିବିନା ପଞ୍ଚାୟତରେ ନିର୍ମାଣ ହୋଇଥିବା ଆମ୍ବେଦକର କ୍ଲବ ଉଦଘାଟନ କରିବା ସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଚନ୍ଦ୍ରମଣୀ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ, ସମ୍ମାନିତ ଅତିଥିଭାବେ ବିବିନା ସମିତି ସଭ୍ୟା ମାମି ରଣା, ସରପଞ୍ଚ ସୁମନ୍ତି ପୁରୁଷୋତ୍ତମ କଲତା, ବରିଷ୍ଠ ନେତା ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିବିନା ପଞ୍ଚାୟତ ନାୟବ ସରପଞ୍ଚ ସୁମନ୍ତି ବାରିକ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ବେଳଗାଁ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଡୋଲାମଣି ଥାପ୍ପା, ପରମେଶ୍ୱର କର୍ମୀ ଓ ବିକ୍ରମ ବୁଡ଼େକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିନୋଦ ନାଗ ଧନ୍ୟବାଦ ଦେଇଥିଲେ ।