ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନକୁ ଗହମ ପଠାଇଲା ଭାରତ । ଆଜି (ଶନିବାର) ଭାରତ ପକ୍ଷରୁ ଏକାଧିକ ଟ୍ରକରେ ୩ ହଜାର ମେଟ୍ରିକ ଟନ ଗହମ ପଠାଯାଇଛି । ଆଜିର ଗହମ ପରିମାଣକୁ ମିଶାଇ ମୋଟ ୩୩ ହଜାର ୫ ଶହ ମେଟ୍ରିକ ଟନ ସିପମେଟ ଆଫଗାନିସ୍ତାନକୁ ପଠାଯାଇଛି । ଗତ କିଛି ଦିନ ତଳେ ୨ ହଜାର ମେଟ୍ରିକ ଟନର ଗହମ ପଠାଇଥିଲା । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଓ୍ବାଘା-ଅଟ୍ଟାରୀ ପୋଷ୍ଟ ଦେଇ ଏହି ଗହମ ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି ।
ଫେବୃଆରୀ ୧୨ ତାରିଖରେ, ଆଫଗାନିସ୍ତାନକୁ ଗହମ ଯୋଗାଣ ନେଇ ଓ୍ବାର୍ଲ ଫୁଡ ପ୍ରୋଗ୍ରାମ ସହ ଭାରତ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କେବଳ ଗହମ ନୁହେଁ ବରଂ ଆଫଗାନିସ୍ତାନକୁ ଭାରତ ୫ ଲକ୍ଷ ଡୋଜ କୋଭାକ୍ସିନ ଟିକା ଏବଂ ୧୩ ଟନ ଜରୁରୀ ଔଷଧ ଓ ଚିକିତ୍ସା ସାମଗ୍ରୀ ମଧ୍ୟ ଯୋଗାଇ ସାରିଛି । ଗୃହଯୁଦ୍ଧ ଓ ତାଲିବାନ ଶାସନ ପରେ ଜାରି ରହିଥିବା ମାନବୀୟ ସଙ୍କଟ ମଧ୍ୟରେ ଆଫଗାନିସ୍ତାନକୁ ଭାରତ ନିୟମିତ ସହାୟତା ଯୋଗାଇ ଚାଲିଛି ।