ପୂର୍ବ ୟୁକ୍ରେନର ଗୋଟିଏ ସହରକୁ ଘେରିଲା ଋଷ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୪ ମାସ ବିତିସାରିଛିି । ଇତିମଧ୍ୟରେ ଋଷୀୟ ମିସାଇଲ ଆଜି ୟୁକ୍ରେନ ଉପରେ ବୋମା ବର୍ଷା କରିଛି । ଏଥିସହିତ ପୂର୍ବ ୟୁକ୍ରେନର ଲୁହାନସ୍କ ସହରକୁ ଘେରାବନ୍ଦୀ କରିବାକୁ ଋଷ ଚେଷ୍ଟା ଜାରି ରଖିଛି । ଏନେଇ ସ୍ଥାନୀୟ ରାଜ୍ୟପାଳ ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ପାଖ ସହରରେ ଲଗାତାର ଆକମ୍ରଣ କରି ୟୁକ୍ରେନୀ ସେନାକୁ ପଛକୁ ହଟାଇବାକୁ ଋଷୀୟ ସେନା ବାଧ୍ୟ କରିଥିଲା ।

ସୂଚନାଯୋଗ୍ୟ, ଋଷ ଆକ୍ରମଣ ପୂର୍ବରୁ ଉକ୍ତ ସହରର ଜନସଂଖ୍ୟା ୧୦ ଲକ୍ଷ ଥିଲା ଯାହାକି ଏବେ ୧୦ ହଜାରକୁ ଖସି ଆସିଛି । ପାଖାପାଖିô ୫୦୦ ନାଗରିକଙ୍କ ସହ କିଛି ୟୁକ୍ରେନୀ ସୈନିକ ସହର ନିକଟରେ ଥିବା ଏକ ବିଶାଳ କାରଖାନାରେ ଲୁଚି ରହିଛନ୍ତି ।