ପାଟଣାଗଡ଼,ଏନ୍ଏନ୍ଏସ୍: ତାଳୁକ ଆଇନ ସହାୟତା ସମିତି ପକ୍ଷରୁ ବାଲ ଅପରାଧ ଆଇନ(ଜୁଭେନାଲ ଧାରା) ଏବଂ ମହିଳା ସୁରକ୍ଷା ଆଇନ (ପୋକ୍ସୋ) ଧାରା ଉପରେ ସ୍ଥାନୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଇନ ସଚେତନତା କର୍ମଶାଳାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ଶ୍ଵେତା ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି କର୍ମଶାଳାକୁ ପରିଚାଳନା କରିଥିଲେ ଆଇନଜୀବୀ ଭକ୍ତ ରାମ ବାଗ।
ଅନ୍ୟମାନଙ୍କ ମଧ୍ୟରେ ଆଶୀଷ କୁମାର ଚନ୍ଦନ, ଶ୍ରୀମତ ପାଣିଗ୍ରାହୀ, ପାଟଣାଗଡ଼ ଏସ୍ଡ଼ିପିଓ ଜୋତିର୍ମୟୀ ଭୁକ୍ତା ଶ୍ରୀମତୀ ସାରଦା ଗୋଏଲ ଓ ଏସ୍ଡ଼ିଜେଏମ୍ ଏଲ ପ୍ରକାଶ ଯୋଗଦେଇ ସମାଜର ପରିବର୍ତ୍ତିତ ସ୍ଥିତିରେ ବାଲ ଅପରାଧ ତଥା ମହିଳା ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ସଭା ଶେଷରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ଶ୍ଵେତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ସ୍ଥାନୀୟ ଜନସାଧାରଣ ଓ ଓକିଲ ଏନ୍ଜିଓର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ।