ଜୁଆ ଆଡ୍ଡାରେ ଚଢ଼ାଉ ୧୧ ଗିରଫ

ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଂଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦାରିଙ୍ଗବାଡ଼ି ଥାନା ତରଫରୁ ଚଢ଼ାଉ କରି ସେଥିରେ ସଂପୃକ୍ତ ୧୧ଜଣ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଜୁଆଡ଼ି ମାନଙ୍କ ନିକଟରୁ ୧୫ହଜାର୨ଶହ ଟଙ୍କା ସହିତ ୪ଟି ମୋବାଇଲ ତାସ, ପଟି ଓ ଟର୍ଚ୍ଚ ଆଦି ପୁଲିସ ଜବତ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି। ଏହି ଚଢ଼ାଉରେ ସବ-ଇନିସପେକ୍ଟର ଗୋପାଳକୃର୍ଷ୍ଣ ଆଗୁପାତ୍ର,ଏ.ଏସ.ଆଇ ଆର ଭୀମ୍ମାରାଓ ରେଡ୍ଡୀ ପ୍ରମୁଖ ସାମିଲ ହୋଇଥିଲେ।