ମହିଳାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ଥାନା ପୁଲିସ ଗୁରୁବାର ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି। ଗିରଫ ଯୁବକ ଜଣକ ହେଲେ ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମର ମାଥ୍ୟୁ ପ୍ରଧାନ।

ସୂଚନା ଅନୁଯାୟୀ, ଗତ ଜୁନ ମାସର କିସୁବାଡ଼ି ଗ୍ରାମର ଜୈନକ ବ୍ୟକ୍ତି କାମ କରିବାକୁ କେରଳ ଯାଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଏବଂ ବାପା ମା ରହୁଥିଲେ। ତେବେ ଘଟଣାଦିନ ବିବାହିତା ମହିଳାଙ୍କ ଶାଶୁ ଶସୁର ଘରେ ନଥିବା ସମୟରେ ମହିଳାଙ୍କୁ ଏକୁଟିଆ ପାଇ ମାଥ୍ୟୁ ଜୋର ଜବରଦସ୍ତ ଘରେ ପସି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଏ କଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ମହିଳା ଜଣକ ଭୟଭୀତ ହୋଇ ଏ ବାବଦରେ କାହାରିକୁ କିଛି କହି ନଥିବା ବେଳେ ଅଗଷ୍ଟ ମାସରେ ସ୍ୱାମୀ କେରଳରୁ ଫେରିବାରୁ ସ୍ୱାମୀଙ୍କ ଆଗରେ ସବୁ କଥା କହିଥିଲେ। ଏହାପରେ ଗ୍ରାମରେ ଏକ ବୈଠକ କରାଯାଇ ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବ ହୋଇନଥିଲା। ଯାହାଫଳରେ ବୁଧବାର ଏନେଇ ଲିଖିତ ଅଭିଯୋଗ ପରେ ଦାରିଙ୍ଗବାଡ଼ି ଥାନାରେ ମାମଲା ରୁଜୁକରି ସବ୍ଇନସପେକଟର ସୋମ୍ୟ ରଂଜନ ଜେନା ତଦନ୍ତ ଆରମ୍ଭ କରି ଗୁରୁବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।